ରାଜଧାନୀରେ ଜଣେ ଆକ୍ରାନ୍ତ: ୯ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତ ଜଣକ ବିଜେବି ନଗରର ହୋଇଥିବା ଜଣାପଡ଼ିଛି। ଖାସ୍ କଥାଟି ହେଲା, ୯ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ହଜାର ୪୭ ହୋଇଥିବାବେଳେ ୩୧ହଜାର ୭୦୦ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨୪୯ଜଣଙ୍କର ମୃତ୍ୟୁ ଘଟିଛି ଓ ୭୭ଜଣ ଚିକିତ୍ସିତ ହେଉଛନ୍ତି।