ସ୍ମାର୍ଟସିଟି ଜନପଥର ଶୋଭା ବଢ଼ାଇବ ଓଡ଼ିଆ ସଂସ୍କୃତି ଓ ପରମ୍ପରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଝଲସିବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଝଲକ। ସ୍ମାର୍ଟସିଟିର ଜନପଥରେ ଶୋଭା ପାଇବ ରାଜ୍ୟର ସ୍ୱତନ୍ତ୍ର ହସ୍ତ, ବୟନଶିଳ୍ପ ସହ ଅନ୍ୟାନ୍ୟ ସାମାଗ୍ରୀ। ରୂପାଲି ଛକରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଯାଏଁ ଥିବା ଜନପଥର ବାମ ପାଶ୍ୱର୍ରେ ଲଗାଯିବାକୁ ଥିବା ସ୍ମାର୍ଟ କିଓସ୍କରେ ଏହି ସାମାଗ୍ରୀ ବିକ୍ରି ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି ହେଉଥିବା ସ୍ୱତନ୍ତ୍ର ସାମାଗ୍ରୀଗୁଡ଼ିକୁ କିପରି ଏଠାରେ ବିକ୍ରୀ କରାଯିବ ସେନେଇ ଆଲୋଚନା ସରିଥିବାବେଳେ ଆସନ୍ତା ଦିନରେ ସମସ୍ତ ଜିଲ୍ଲାପାଳଙ୍କୁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଚିଠି ଲେଖିବେ ବୋଲି ଜଣାପଡ଼ିଛି।