ଗାଧୋଉ ଥିବା ବେଳେ ପୋଖରୀରେ ବୁଡି ବୃଦ୍ଧ ମୃତ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଙ୍ଗିକଳା ଗ୍ରାମରେ ପୋଖରୀରେ ଗାଧୋଉଥିବା ସମୟରେ ଜଣେ ବୃଦ୍ଧଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅସାବଧନତା ଯୋଗୁଁ ଗୋଡ଼ ଖସି ଯିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଅଙ୍ଗିକଳା ଗ୍ରାମର ଧୀର ନାୟକ(୫୭)।

ଆଜି ସେ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ବୁଡି ପ୍ରାଣ ହରାଇଛନ୍ତି। ଖବରପାଇ ପାଟଣା ଅଗ୍ନିଶମ ବାହିନୀ ଓ ତୁରୁମୁଙ୍ଗା ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି।