ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୨ ସ୍ୱର୍ଣ୍ଣ ସମେତ ୬ ପଦକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମହାରାଷ୍ଟ୍ରର ଅହମ୍ମଦ ନଗରର ଆତ୍ମା ମଲିକ ସ୍ପୋର୍ଟ୍ସ ଆଣ୍ଡ୍ ଏଡୁକେଶନ୍ କମ୍ପେ୍ଲକ୍ସରେ ଆୟୋଜିତ ହୋଇଥିବା ୧୪ଶ ଜାତୀୟ ଗ୍ରାପ୍‌ଲିଂ ପ୍ରତିଯୋଗିତାରେ ଓଡ଼ିଶାକୁ ୨ଟି ସ୍ୱର୍ଣ୍ଣ, ୩ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ୍ ସତେମ ୬ଟି ପଦକ ମିଳିଛି। ପ୍ରତିଯୋଗିତାର ୬୬ କେଜି ଜିଆଇ ଓ ପୋ-ଜିଆଇ କନିଷ୍ଠ ବିଭାଗରେ ପ୍ରଶାନ୍ତ କୁମାର ବେହେରା ୨ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ୫୮ କେଜି ଜିଆଇ କନିଷ୍ଠ ବିଭାଗରେ ସିଦ୍ଧାର୍ଥ ଶଙ୍କର ମହାନ୍ତି, ୭୧ କେଜି ନୋ-ଜିଆଇ ବରିଷ୍ଠ ବିଭାଗରେ ସନ୍ତୋଷ ସିଂ ଓ କ୍ରିଷ୍ଣାଶିଷ ମହାନ୍ତି ୮୪ କେଜି ନୋ-ଜିଆଇ ବରିଷ୍ଠ ବିଭାଗରେ ଗୋଟିଏ ଲେଖାଏଁ ରୌପ୍ୟ ପଦକ ହାସଲ କରିଛନ୍ତି। ଯୁବ ବର୍ଗରେ ଭାଗ ନେଇଥିବା ତନେଶ ପୁନୀତ ଲେଙ୍କା ୬୩ କେଜି ନୋ-ଜିଆଇ ବିଭାଗରେ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଛନ୍ତି। ଏହି ସଫଳତା ପାଇଁ ସେମାନଙ୍କୁ ରାଜ୍ୟ ଗ୍ରାପ୍‌ଲିଂ ସଂଘ ଓ ଉତ୍କଳ କରାଟେ ସ୍କୁଲ୍ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି।