ଯାଜପୁର : ହାଇୱା ଧକ୍କାରେ ଚାଲିଗଲା ଦୁଇ ଜୀବନ, ୨ଜଣ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ଯଖପୁରା ରାବଣା ଛକରେ ଘଟିଛି। ସୂଚନା ଅନୁଯାୟୀ, ଦୁଇଟି ବାଇକକୁ ପଛରୁ ଧକ୍କା ଦେଲା ହାଇୱା। ଯାହା ଫଳରେ ଘଟଣାରସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହାଇୱାକୁ ଜବତ କରିଛି। ଗୁରୁତର ହୋଇ ଥିବା ୨ଜଣଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରିଛି।