Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନରେନ୍ଦ୍ର ଗେହଲଟ୍‌ଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନରେନ୍ଦ୍ର ଗେହଲଟ୍‌ଙ୍କ ସହ ଚୁକ୍ତିକଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ଆଧାରିତ ଆଇଏସ୍‌ଏଲ୍ ଦଳ ଓଡ଼ିଶା ଏଫ୍‌ସି ଚଣ୍ଡିଗଡ଼ ଫୁଟ୍‌ବଲ୍ ଏକାଡେମୀର ପୂର୍ବତନ ଖେଳାଳି ନରେନ୍ଦ୍ର ଗେହଲଟ୍‌ଙ୍କ ସହ ଚୁକ୍ତି କରିଛି। ସୋସିଆଲ୍ ମିଡିଆ ହ୍ୟାଣ୍ଡ୍‌ରେ କ୍ଲବ୍ ବୁଧବାର ଏହି ଘୋଷଣା କରିଛି। ଏହି ଚୁକ୍ତି ଅନୁସାରେ ନରେନ୍ଦ୍ର ୨୦୨୫ ମେ ପର୍ଯ୍ୟନ୍ତ କ୍ଲବ୍‌ରେ ରହିବେ। ଚଣ୍ଡିଗଡ଼ ଏକାଡେମୀରେ ମିଡ୍‌ଫିଲ୍ଡରେ ଖେଳୁଥିବା ନରେନ୍ଦ୍ର ପରେ ସେଣ୍ଟ୍ ବ୍ୟାକ୍ ଭାବେ ନିଜ ଭୂମିକାକୁ ଆଗେଇ ନେଇଥିଲେ ଏବଂ ଦେଶର ଅନ୍ୟତମ ପ୍ରମୁଖ ପ୍ରମିସିଂ ପ୍ରତିଭା ଭାବେ ଉଭା ହୋଇଥିଲେ। ଏହାପରେ ସେ ଇଣ୍ଡିଆନ୍ ଆରୋଜ୍‌ରେ ଯୋଗ ଦେଇଥିଲେ। ସେଠାରେ ସେ ପ୍ରସିଦ୍ଧି ହାସଲ କରିବା ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଇଗୋର୍ ଷ୍ଟିମାକ୍ ୨୦୧୯ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍‌ରେ ତାଙ୍କୁ ଭାରତ ସିନିୟର୍ ଦଳ ପକ୍ଷରୁ ପଦାର୍ପଣ ସୁଯୋଗ ଦେଇଥିଲେ।

୨୦୧୯-୨୦ରେ ଆଇଏସ୍‌ଏଲ୍ ଡେବ୍ୟୁ କରିଥିବା ନରେନ୍ଦ୍ର ଜାମସେଦପୁର ଏଫ୍‌ସି ପକ୍ଷରୁ ୧୧ଟି ମ୍ୟାଚ୍ ଖେଳିଥିଲେ। ୨୦୧୯ ଜୁଲାଇ ୧୬ରେ ସିରିୟା ବିପକ୍ଷରେ ନିଜର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ଅନ୍ତର୍ଜାତୀୟ ଗୋଲ୍ କରିଥିଲେ। ଏହା ସହିତ ଜାତୀୟ ଦଳ ପକ୍ଷରୁ ଗୋଲ୍ କରିବାରେ ଏକବିଂଶ ଶତାବ୍ଦୀରେ ଜନ୍ମିତ ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ। ସେହିପରି ଜାତୀୟ ଦଳ ପକ୍ଷରୁ ଗୋଲ୍ କରିବାରେ ଜେରୀ ଜିରାସାଙ୍ଗାଙ୍କ ପରେ ସେ ଦ୍ୱିତୀୟ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ନରେନ୍ଦ୍ର ପ୍ରଥମ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିଲେ। ବର୍ତ୍ତମାନ ସୁଦ୍ଧା ଜାମସେଦପୁର ଏଫ୍‌ସି ପକ୍ଷରୁ ୩୬ଟି ମ୍ୟାଚ୍ ଖେଳିଛନ୍ତି। ତାଙ୍କର ଟ୍ୟାକ୍ଲିଂ କୌଶଳ ବଳରେ ସେ ଦେଶର ଅନ୍ୟତମ ପ୍ରମୁଖ ସେଣ୍ଟର୍ ଡିଫେଣ୍ଡର୍ ହୋଇପାରିଛନ୍ତି। ମେନ୍ ଅଫ୍ ଷ୍ଟିଲ୍ ପକ୍ଷରୁ ନିକଟରେ ସେ ଆଇଏସ୍ ଲିଗ୍ ୱିନର୍ସ ସିଲ୍ଡ ମଧ୍ୟ ଜିତିଥିଲେ।

ଫୁଟ୍‌ବଲ୍ ପୂର୍ବରୁ ନଜଫଗଡ଼ ନିବାସୀ ନରେନ୍ଦର କ୍ରିକେଟ୍‌କୁ ପେସା ଭାବେ ଆପଣାଇଥିଲେ। ତେବେ ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ସେ ଫୁଟ୍‌ବଲ୍ ଖେଳିବା ଆରମ୍ଭ କରିଥିଲେ। ଏହାପରେ ଚଣ୍ଡିଗଡ଼ ଫୁଟ୍‌ବଲ୍ ଏକାଡେମୀରେ ଯୋଗଦେବା ନିମନ୍ତେ ଦୁଇରୁ ତିନିବର୍ଷ ନୂଆଦିଲ୍ଲୀରେ ଆଇୱାଇଏସ୍‌ଏ ପକ୍ଷରୁ ଖେଳିଥିଲେ ବୋଲି ନରେନ୍ଦ୍ର କହିଛନ୍ତି। ସାଇ ପକ୍ଷରୁ ଖେଳିଥିବା ନରେନ୍ଦର ଭାରତୀୟ ୧୬ ବର୍ଷରୁ କମ୍ ଦଳର ମଧ୍ୟ ସଦସ୍ୟ ଥିଲେ।

ଏହି ଚୁକ୍ତି ସମ୍ପର୍କରେ ଓଡ଼ିଶା ଏଫ୍‌ସି କ୍ଲବ୍ ଅଧ୍ୟକ୍ଷ ରାଜ ଅଥୱାଲ୍ କହିଛନ୍ତି, ନରେନ୍ଦ୍ର ଆମ ଦଳର ବ୍ୟାକ୍‌ଲାଇନ୍ ପାଇଁ ଗୁଣବତ୍ତା ଓ ବିଜୟୀ ହେବାର ମାନସିକତା ଆଣିଛନ୍ତି। ଜଣେ ଯୁବ ସେଣ୍ଟର୍ ବ୍ୟାକ୍ ଭାବେ ତାଙ୍କ ନିକଟରେ ବହୁ ସମ୍ଭାବନା ରହିଛି ଏବଂ ସେ ଓଡ଼ିଶା ଏଫ୍‌ସି ପାଇଁ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି ଆମେ ଆଶାବାଦୀ।