ଓଡ଼ିଶା କ୍ରିକେଟ ସଂଘର ବୈଷୟିକ ନିର୍ଦ୍ଦେଶକଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଷ୍ଟାଡିୟମରେ ପ୍ରସ୍ତୁତ ହେଉଥିବା ଟରଫ କ୍ରିକେଟ ପିଚ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଓଡ଼ିଶା କ୍ରିକେଟ ସଂଘର ବୈଷୟିକ ନିର୍ଦ୍ଦେଶକ ଅଭିଳାଷ ହରିଶ୍ଚନ୍ଦନ ନବରଙ୍ଗପୁର ଗସ୍ତ କରିଛନ୍ତି । ଏହି ଅବସରରେ ପଡ଼ିଆ ମଧ୍ୟରେ ତିଆରି ହେବାକୁ ଥିବା ଟରଫ ପିଚ ଏବଂ ଅଭ୍ୟାସ ପିଚ କିପରି ଭାବରେ କ୍ରିକେଟ ନିୟମ ଅନୁଯାୟୀ ତିଆରି ହୋଇପାରିବ ସେବିଷୟରେ ଆଲୋଚନା କରିଛନ୍ତି । ଉକ୍ତ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ମାଟି ଏବଂ ଅନ୍ୟ ଆବଶ୍ୟକ ସାମଗ୍ରୀ ସମ୍ପର୍କରେ ନବରଙ୍ଗପୁର କ୍ରିକେଟ ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ ଓ ସହସମ୍ପାଦକ ଏମ. ବାଲା କୃଷ୍ନା ରାଓଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି । ସ୍ୱଳ୍ପ ସମୟ ମଧ୍ୟରେ ଏ ସମସ୍ତ କାର୍ଯ୍ୟ ସମାପ୍ତ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କ୍ରିକେଟ ସଂଘର କାର୍ଯ୍ୟନିର୍ବାହୀ ସଭ୍ୟ ଅଶୋକ ନାୟକ କ୍ୟୁରାଟର ପ୍ରଶିକ୍ଷଣ ନିମନ୍ତେ କଟକ ଗସ୍ତ କରିବେ ବୋଲି ସଂଘର ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ସଂଘର ସଭ୍ୟ ଶଶାଙ୍କ ଶେଖର ବେହେରା ଏସମସ୍ତ କାର୍ଯ୍ୟକ୍ରମର ପରିଚାଳନା ନିମନ୍ତେ ସହଯୋଗ କରିଥିଲେ ।