ପଶ୍ଚିମବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥରମାଡ଼

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକଙ୍କ ଗାଡ଼ି ଉପରକୁ ପଶ୍ଚିମବଙ୍ଗରେ ପଥର ମାଡ଼ କରାଯାଇଛି । ଏହି ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ତରଫରୁ ଟିଅର ଗ୍ୟାସ ଛଡ଼ା ଯାଇଥିଲା । ଅନ୍ୟପଟେ ଉକ୍ତ ଘଟଣା ପାଇଁ ଶ୍ରୀ ପ୍ରମାଣିକ ଟିଏମସିକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଯଦି ଜଣେ ମନ୍ତ୍ରୀ ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଜନତାଙ୍କ ଅବସ୍ଥା କ’ଣ ହେଉଥିବ ଆପଣମାନେ କଳ୍ପନା କରନ୍ତୁ । ଏହି ଘଟଣା ବଙ୍ଗଳାର ଲୋକତାନ୍ତ୍ରିକ ସ୍ଥିତିକୁ ଦର୍ଶାଉଛି ।

ଆକ୍ରମଣ ସମୟରେ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ସ୍ଥାନୀୟ ବିଜେପି କାର୍ଯ୍ୟାଳୟକୁ ଯାଉଥିଲେ । ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ବିଏସଏଫ ଦ୍ୱାରା କଥିତ ରୂପେ କରାଯାଇଥିବା ଗୁଳିମାଡ଼ ଯୋଗୁ ଜଣେ ଆଦିବାସୀଙ୍କ ମୃତ୍ୟୁକୁ ନେଇ ଲୋକେ କ୍ରୋଧାନ୍ୱିତ ଥିଲେ । ଆଉ ବିଏସଏଫ ଗୃହ ମନ୍ତ୍ରଣାଳୟ ଭିତରେ ଆସୁଛି ଏବଂ ପ୍ରମାଣିକ ଗୃହ ରାଜ୍ୟମନ୍ତ୍ରୀ ।