ବେଙ୍ଗାଲୁରୁରୁ ଓଡ଼ିଶା ଆସିଲେ ୨୦୪ ଦାଦନ ଶ୍ରମିକ

ଟିଟିଲାଗଡ଼,ଏନ୍ଏନ୍ଏସ୍: ବେଙ୍ଗାଲୁରୁର ଏକ ଇଟା ଭାଟିରେ କାମକରୁଥିବା ୨୦୪ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଛନ୍ତି। ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ଶ୍ରମବିଭାଗ ମିଳିତ ଭାବେ ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ସମସ୍ତେ ବଲାଙ୍ଗିର, ନୂଆପଡ଼ା, ସୋନପୁର, ବରଗଡ଼ ଜିଲ୍ଲାର।

ବେଙ୍ଗାଲୁରୁରୁ ସେମାନଙ୍କୁ ଉଦ୍ଧାର କରି ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଓହ୍ଲାଇଥିଲେ। ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି ସେମାନଙ୍କ କରୁଣ କାହାଣୀ। ସେମାନଙ୍କ କହିବା ଅନୁସାରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ସେମାନଙ୍କୁ ଖାଇବାକୁ ଦିଆଯାଉନଥିଲା। ଏପରି ରୋଗରେ ପଡ଼ିଲେ ମଧ୍ୟ ଚିକିତ୍ସା କରାଯାଉନଥିଲା। ରୋଗୀ ଶ୍ରମିକଙ୍କୁ କାମ କରିବାକୁ ବାଧ୍ୟ କରାଯାଉଥିଲା। ସେପଟେ ଏପର୍ୟ୍ୟନ୍ତ ଧରାପଡ଼ିନାହିଁ ଦଲାଲ । ତଦନ୍ତ ପରେ ଦାଦନ ଦଲାଲ ସଂପର୍କରେ ଜଣାପଡ଼ିବ ବୋଲି କହିଛି ଜିଲ୍ଲା ଶ୍ରମ ବିଭାଗ।