କର୍ଣ୍ଣାଟକରେ ବସ୍ ଦୁର୍ଘଟଣା: ୯ ମୃତ, ୧୫ ଗୁରୁତର

ବେଙ୍ଗାଲୁରୁ,ଏଜେନ୍ସି: କର୍ଣ୍ଣାଟକର ଉଡୁପି ଜିଲ୍ଲା ଅନ୍ତର୍ଗତ କରକଲାର ମୁଲନୁର ଘାଟି ନିକଟରେ ଏକ ବେସରକାରୀ ବସ୍‍ ଶନିବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୯ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ୧୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୁଲିସ ସୂଚନା ଅନୁଯାୟୀ ୩୫ ଜଣ ଯାତ୍ରୀଙ୍କୁ ନେଇ ବସଟି ମାଙ୍ଗାଲୁରରୁ ମହୀଶୂର ଯାଉଥିଲା। ବସ୍‍ଟି ମୁଲନୁରର ଚିକ୍କାମାଗାଲୁର ଘାଟି ନିକଟରେ ପହଞ୍ଚିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବଡ଼ ପଥରଖଣ୍ଡ ଦେହରେ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୭ ଜଣଙ୍କର ପ୍ରାଣହାନୀ ଘଟିଥିବା ବେଳେ ହସ୍ପିଟାଲ ଯିବା ବାଟରେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା।