୩୪୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ୨ଟି ଥାନା ଅଞ୍ଚଳରୁ ଆଜି ୩୪୫ ଏକରରେ ଲାଗିଥିବା ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି। ତେବେ ଗତ କିଛିଦିନ ହେଲା ଜିଲ୍ଲାର ବିିଭିନ୍ନ ଥାନା ଅଞ୍ଚଳରୁ ଗଞ୍ଜେଇ କଟା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଯେତେ କାଟିଲେ ମଧ୍ୟ ସରୁନାହିଁ। ଏହା ଉଭୟ ପୁଲିସ୍ ଓ ଅବକାରୀ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି।
ଫୁଲବାଣୀ ସଦର ଥାନା ଅଞ୍ଚଳରେ ଥିବା ଜାମୁଝରୀ ପଞ୍ଚାୟତ ଅଞ୍ଚଳରେ ଆଜି ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଅଭିଯାନରେ ସେହି ଅଞ୍ଚଳରେ ୧୭୦ ଏକର ଯାଗାରେ ହୋଇଥିବା ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି। ଫୁଲବାଣୀ ସଦର ଥାନା ଏସଆଇ ସଞ୍ଜିବ ମହାନ୍ତିଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀଙ୍କ ସମେତ ୨ ପ୍ଲାଟୁନ ଶସସ୍ତ୍ର ପୁଲିସ ଏବଂ ଶ୍ରମିକଙ୍କୁ ନେଇ କରାଯାଇଥିବା ଏହି ଅଭିଯାନାରେ ଜାମୁଝରୀ ବଙ୍ଗଳାସାହି, ବେଟନିପଡା, ଇରପିସରୁ ଏବଂ ଜାମୁଝରୀ ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କରାଯାଇଥିବା ଗଞ୍ଜେଇ ଚାଷକୁ ମଧ୍ୟ ନଷ୍ଟ କରାଯାଇଛି। ଏହି ଗଞ୍ଜେର ଆନୁମାନିକ ମୂଲ୍ୟ ୧ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର କୁମାର ମୁର୍ମୁ ସୂଚନା ଦେଇଛନ୍ତି।