ଓଡ଼ିଆ ପୁଅ କିଶୋରଙ୍କୁ ମିଳିଲା ଅଲମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ ଜାଭଲିନ ଥ୍ରୋ ଇଭେଣ୍ଟରେ ୨ ଭାରତୀୟଙ୍କ ଦବଦବା ଦେଖିବାକୁ ମିଳିଛି । ଓଡ଼ିଆ ପୁଅ କିଶୋର ଜେନା ନିଜର ୪ର୍ଥ ପ୍ରୟାସରେ ୮୭. ୫୪ ମିଟର ଥ୍ରୋ କରି ୨ୟ ସ୍ଥାନ କବଜା କରିଛନ୍ତି । ଏହାସହ ଅଲମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି । ଏନେଇ ଭାରତୀୟ ଆଥଲେଟିକ ମହାସଂଘ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି ।
ସେହିପରି ଗଲଡେନ ବୟ ନିରଜ ଚୋପ୍ରା ୮୮.୮୮ ମିଟର ଥ୍ରୋ କରି ୧ମ ସ୍ଥାନରେ ରହିଛନ୍ତି ।