ଆଉ ଶହେ କମିଲା ଉଜ୍ଜ୍ୱଳା ଗ୍ୟାସ୍‌

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କ୍ୟାବିନେଟ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କ ସବସିଡି ୨୦୦ରୁ ବଢ଼ାଇ ୩୦୦ ଟଙ୍କା କରିଦେଇଛି । ଏନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି ।

ଅନୁରାଗ ଠାକୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ଆମେ ରାକ୍ଷୀ ପୂର୍ଣ୍ଣିମା ଓ ଅଣମ ଅବସରରେ ରୋଷେଇ ଗ୍ୟାସ ସିଲିଣ୍ଡର ଦର ୨୦୦ ଟଙ୍କା କମାଇଥିଲେ । ଏହି ଦର ୧୧୦୦ରୁ କମି ୯୦୦ ହୋଇଥିଲା । ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀଙ୍କୁ ୭୦୦ ଟଙ୍କାରେ ଗ୍ୟାସ ମିଳିଥିଲା । ଆଉ ଏବେ ଉଜ୍ଜ୍ୱଳା ଯୋଜନା ଲାଭାର୍ଥୀ ୭୦୦ ବଦଳରେ ୬୦୦ ଟଙ୍କାରେ ଗ୍ୟାସ ପାଇବେ ।