ଜାଭଲିନ ଥ୍ରୋରେ ନୀରଜଙ୍କୁ ସ୍ୱର୍ଣ୍ଣ ଓ କିଶୋରଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ ଜାଭଲିନ ଥ୍ରୋ ଇଭେଣ୍ଟରେ ୨ ଭାରତୀୟ ଆଥଲେଟ ଇତିହାସ ରଚିଛନ୍ତି । ଭାରତର ଗଲଡେନ ବୟ ନୀରଜ ଚୋପ୍ରା ୮୮.୮୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ହେଉଛି ନୀରଜଙ୍କ ଏସିଆନ ଗେମ୍ସରେ ଲଗାତାର ୨ୟ ସ୍ୱର୍ଣ୍ଣ ପଦକ । ସେହିପରି କିଶୋର ଜେନା ବ୍ୟକ୍ତିଗତ ଭାବେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୮୭. ୫୪ ମିଟର ଥ୍ରୋ ସହ ରୌପ୍ୟ ପଦକ ହାସଲ କରିଛନ୍ତି ।

ସୂଚନାଯୋଗ୍ୟ, ନୀରଜ ଚୋପ୍ରା ଓ କିଶୋର ଜେନାଙ୍କ ଏହି ସଫଳତା ସହ ଭାରତର ପଦକ ସଂଖ୍ୟା ୮୦ରେ ପହଞ୍ଚିଛି ।