ଓସିଏ କରିବ କ୍ରିକେଟ ଏକାଡେମୀ

କଟକ,ଏନ୍ଏନ୍ଏସ୍: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଜରିଆରେ ଓଡ଼ିଶାରେ କ୍ରିକେଟ ଏକାଡେମୀ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୫ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟାନ୍ୟ ଜିଲ୍ଲାରେ ଏକାଡେମୀ ହେବ ବୋଲି ସୂଚନା ମିଳିଛି। ତୃଣମୂଳସ୍ତରରେ କ୍ରିକେଟର ଉନ୍ନତି ଓ ଖେଳାଳି ବାହାର କରିବା ହେଉଛି ଏହା ପଛର ଉଦ୍ଦେଶ୍ୟ। କ୍ରୀଡାମନ୍ତ୍ରୀ ଓ ସଚିବଙ୍କ ଉପସ୍ଥିତିରେ ଭର୍ଚୁଆଲ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।