୨୭ ଯୋଡ଼ା ବର-କନ୍ୟାଙ୍କ ସାମୁହିକ ଆଦର୍ଶ ବିବାହ

ନୂଆପଡ଼ା,ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଗୁରୁକୁଳ ଆଶ୍ରମ ଆମସେନା ଠାରେ ୨୭ ଯୋଡ଼ା ବରକନ୍ୟାଙ୍କ ସାମୁହିକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଚାଳନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମାନନ୍ଦ ସରସ୍ୱତୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଶ୍ରମ ପରିଚାଳକ ବ୍ରତାନନ୍ଦ ସରସ୍ୱତୀ, କୁଞ୍ଜଦେବ ମନିସୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ସୁରେଶ ଅଗ୍ରୱାଲ, ରାଜେଶ ନିଗମ, ରମାକାନ୍ତ ଠାକୁର, ସୁନିଲ ତିୱାରୀ, ଭଗବତୀ ଜୈନ, ସୁନିତା ଜୈନ ପ୍ରମୁଖ ଯୋଗଦେଇଥିଲେ।

ସମ୍ପାଦକ ରମ୍ମୁ ଅଗ୍ରୱାଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଯଜ୍ଞକୁଣ୍ଡ ଗୁଡିକରେ ବରକନ୍ୟା ଯୋଡ଼ି ବସି ଅର୍ଘ୍ୟ ଦେଇଥିଲେ। ଗୁରୁକୁଲ ମନ୍ତ୍ରରେ ସମସ୍ତଙ୍କୁ ଦୀକ୍ଷା ପ୍ରଦାନ କରାଯିବା ପରେ ପରସ୍ପର ପରସ୍ପରକୁ ବରଣମାଳା ଦେଇ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ। ବିବାହ ପରେ ଖରିଆରରୋଡ ସହରରେ ବରକନ୍ୟାଙ୍କ ଏକ ଶୋଭାଯାତ୍ରା ମହାବୀର ଚୌକରୁ ବାହାରି ସହର ପରିକ୍ରମା କରିଥିଲା। ଶୋଭା ଯାତ୍ରା ରାମ ମନ୍ଦିର ପହଞ୍ôଚବା ପରେ ବରକନ୍ୟା ସେଠାରେ ଆର୍ଶିବାଦ ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜକ ରାଜେନ୍ଦ୍ର ଢ଼ୋଲକିଆଙ୍କ ତରଫରୁ ଘରକରଣା ୨୫ହଜାର ଟଙ୍କାର ସାମଗ୍ରୀ ଉପହାର ସ୍ୱରୁପ ପ୍ରଦାନ କରାଯାଇଥିଲା।

ଶେଷରେ ଭୋଜିଭାତର ଆସର ଜମିଥିଲା। କାର୍ଯ୍ୟକ୍ରମରେ ସୁଷମା ଗୁପ୍ତା, ରାଜକୁମାର ଚୌହାନ, ଆମସେନା ସରପଞ୍ଚ ଫୁଲେଶ୍ୱରୀ ସାହୁ, ପୂର୍ବତନ ସରପଞ୍ଚ ସଦାନନ୍ଦ ସାହୁ, ଚନ୍ଦନ ସାହୁ, ମହାବୀର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ସାମୁହିକ ଆଦର୍ଶ ବିବାହ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ବରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ଗରିବ ଅସହାୟ ଯୁବକ ଯୁବତୀ ଅର୍ଥ ଅଭାବରୁ ବିବାହରୁ ବଞ୍ôଚତ ରହିଯାଉଥିଲେ। ଆଜକୁ ୭ବର୍ଷହେବ ଏହି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଅନ୍ୟୁନ ୫ଶହ ଯୋଡ଼ା ବିବାହ କରାଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।