ଏପ୍ରିଲ ୨ ଯାଏଁ ବାତିଲ ହେଲା ଦୁର୍ଗ ପାସେଞ୍ଜର

ଭୁବନେଶ୍ୱର,ଏନ୍ଏନ୍ଏସ୍ : ପୂର୍ବତଟ ରେଳପଥର ସଂରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁ ରହିଛି। ଏହାର ପ୍ରଭାବରେ ରେଳସେବାର ବିଭିନ୍ନ ଟ୍ରେନ୍ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବାତିଲ ହୋଇଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜରକୁ ଉଭୟ ପାଶ୍ୱର୍ରୁ ଫେବୃଆରୀ ୨୮ ତାରିଖଠାରୁ ଏପ୍ରିଲ ମାସ ଦୁଇ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ସେହିଭଳି ଭଦ୍ରକ-କଟକ-ଭଦ୍ରକ ମେମୁ ଫେବୃଆରୀ ମାସ ୨୭ ତାରିଖଠାରୁ ଆସନ୍ତା ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ବାତିଲ ହୋଇଛି।

କଟକ-ପାରାଦୀପ-କଟକ ପାସେଞ୍ଜର ଓ ସମ୍ବଲପୁର-ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର ମଧ୍ୟ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବାତିଲ ହୋଇଛି। ଅନ୍ୟପକ୍ଷରେ କିଛି ରେଳସେବା ସାମୟିକ ଭାବେ ବାତିଲ ହୋଇଛି। ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପାଶ୍ୱର୍ରୁୁ ଫେବୃଆରୀ ୨୯ ତାରିଖଠାରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଟିଟିଲାଗଡ଼ ଓ ରାୟଗଡ଼ା ମଧ୍ୟରେ ବାତିଲ ହୋଇଛି। ସେହିପରି ରାଇପୁର-ଜୁନାଗଡ଼-ରାଇପୁର ପାସେଞ୍ଜର ରାଇପୁରଠାରୁ ଫେବୃଆରୀ ମାସ ୨୯ ତାରିଖଠାରୁ ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଓ ଜୁନାଗଡ଼ ରୋଡଠାରୁ ମାର୍ଚ୍ଚ ପହିଲାଠାରୁ ୩ ତାରିଖ ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ରୁ ଟିଟିଲାଗଡ଼ ଓ ଜୁନାଗଡ଼ ମଧ୍ୟରେ ବାତିଲ ହୋଇଛି।