ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ କଲା ଏନଏସଜି

ପୁରୀ,ଏନ୍ଏନ୍ଏସ୍: ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଏନଏସଜି ଟିମ। ୨ ଜଣିଆ ଅଧିକାରୀ ଆସି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ଶ୍ରୀମନ୍ଦିରର ଚାରି ପାର୍ଶ୍ୱ ବୁଲିବା ସହ ୱାଚ୍‌ ଟାୱାର ମଧ୍ୟ ଦେଖିଥିଲେ। ମନ୍ଦିରର ଚାରି ଦ୍ୱାରରେ ପ୍ରବେଶ ବ୍ୟବସ୍ଥା କିପରି ସେନେଇ ପଚାରି ବୁଝିଥିଲେ।

ସେହିପରି ଶ୍ରୀମନ୍ଦିର ଚାରି ପାଖରେ ଉଚ୍ଛେଦ ପରେ ରାଜ୍ୟ ସରକାରଙ୍କ କିଭଳି ସୁରକ୍ଷା ବ୍ୟବସ୍ଥା ଯୋଜନା ରହିଛି ତାକୁ ମଧ୍ୟ ଅନୁଧ୍ୟାନ କରିଥିଲେ। ପୂର୍ବରୁ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ ଥିବା ନେଇ ଏହାର ଗୁଇନ୍ଦା ରିପୋର୍ଟ ପରେ ଅନେକ ଥର ଏନଏସଜି ଟିମ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଥିଲେ। ଆଜିର ସମୀକ୍ଷା ପରେ କିଭଳି ସୁରକ୍ଷା ବ୍ୟବସ୍ଥା ଆହୁରି ଦୃଢ ହେବ ସେନେଇ ଏନଏସଜି ସରକାରଙ୍କୁ ରିପୋର୍ଟ ଦେବ।