ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ପୁଣି ଗୃହ କାର୍ଯ୍ୟ ଅପରାହ୍ଣ ୪ଟା ଯାଏ ମୁଲତବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ବି ଚାଲିପାରିଲାନି ବିଧାନସଭା। ଗୃହ ଆରମ୍ଭରୁ ହଟ୍ଟଗୋଳ, ହୋହାଲ୍ଲା ଯୋଗୁଁ ବାଚସ୍ପତି ବିଧାନସଭାକୁ ପୁଣି ଥରେ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି। ତେବେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ଏମିତି ଅଚଳାବସ୍ଥା ଲାଗି ରହିଛି। ବିରୋଧୀ ଧାନ ମଣ୍ଡି ପ୍ରସଙ୍ଗରେ ନାରାବାଜି ଜାରି ରଖିଛନ୍ତି।

ଅନ୍ୟପଟେ ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଗୃହରେ ଧାନ କିଣାକୁ ନେଇ ଆତ୍ମହତ୍ୟା ଧମକ ଦେବା ଏବଂ ସାନିଟାଇଜର ପିଇବା ଉଦ୍ୟମକୁ ନେଇ ଶାସକ ବିଜେଡି କ୍ଷମା ପ୍ରାର୍ଥନା ଦାବି କରିଛି। ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ନ ମାଗିବା ପର୍ଯ୍ୟନ୍ତ ଗୃହ ଚାଲିପାରିବ ନାହିଁ ବୋଲି କହିଛି ଶାସକ ଦଳ।

ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ ମଧ୍ୟଭାଗରେ ବିରୋଧୀ ନାରାବାଜି କରିଥିଲେ। ବାଚସ୍ପତି ଗୃହକୁ ମୁଲତବୀ କରିବା ପରେ ବିଜେଡି ରାଜଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇଛି।