ଝୁଲନ୍ତା ଅବସ୍ଥାରେ ବିଜେପି ନେତାଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,ଏଜେନ୍ସି: ସନ୍ଦିଗ୍ଧ ଅବସ୍ଥାରେ ବିଜେପି ନେତାଙ୍କ ମୃତ୍ୟୁ। ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ମୃତଦେହ ଦିଲ୍ଲୀ ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସେ ହିମାଚଳପ୍ରଦେଶର ମଣ୍ଡିର ଲୋକସଭା ସାଂସଦ ଥିଲେ।

ଦିଲ୍ଲୀ ପୁଲିସ ଅନୁସାରେ, ଆଜି ସକାଳ ୮ଟା ୩୦ ସମୟରେ ଆରଏମଏଲ ହସ୍ପିଟାଲ ସ୍ଥିତ ଗୌମତି ଆପାର୍ଟମେଣ୍ଟରୁ ବିଜେପି ସାଂସଦଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ଅଧିକାରୀ ପହଞ୍ଚିଛନ୍ତି। ସାଂସଦଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଦିଲ୍ଲୀ ପୁଲିସ ଘଟଣାର ଯାଞ୍ଚ କରୁଛି। ସେପଟେ, ରାମସ୍ୱରୂପ ଶର୍ମାଙ୍କ ଦେହାନ୍ତ ପରେ ବିଜେପିର ବସିବାକୁ ଥିବା ସର୍ବଦଳୀୟ ବୈଠକକୁ ରଦ୍ଦ କରିଦିଆଯାଇଛି।