ଦୁଇ ଡୋଜ ଟିକା ନେଇଥିବା ପର୍ଯ୍ୟଟକ ଆଜିଠୁ ବୁଲିପାରିବେ ସିକିମ

ଗ୍ୟାଙ୍ଗଟକ,ଏଜେନ୍ସି: କରୋନା ବିରୋଧରେ ସମଗ୍ର ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ। ଦେଶରେ ଜୋରସୋର ଆଗେଇ ଚାଲିଛି ଲୋକଙ୍କୁ ଟିକା ପ୍ରଦାନ। ଏବେ ସୁଦ୍ଧା ଦେଶରେ ପାଖାପାଖି ପ୍ରାୟ ଲୋକ ଦୁଇ ଜୋଜ ଲେଖାଏଁ ଟିକା ନେଇ ସାରିଛନ୍ତି। କୋଭିଡର ଦୁଇଡୋଜ ଟିକା ନେଇଥିବା ସମସ୍ତଙ୍କୁ ଆଜିଠୁ ସିକିମ ବୁଲିବାକୁ ଅନୁମତି ଦେଇଛନ୍ତି ସିକିମ ସରକାର।

କରୋନା ସଂକ୍ରମଣ ବଢିବା କାରଣକୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ସିକିମକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ ଲଗାଇଥିଲେ ସିକିମ ସରକାର। ରାଜ୍ୟ ଗୃହ ବିଭାଗ ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ଯେଉଁମାନଙ୍କର ଉଭୟ ଡୋଜ୍ ଆଣ୍ଟି-କୋଭିଡ୍ ଟିକା ନେଇଥିବେ ସେମାନେ ରାଜ୍ୟକୁ ଆସିପାରିବେ। ବିଜ୍ଞପ୍ତି ଅନୁଯାୟୀ, ସେମାନେ ପୂର୍ବ ସିକିମର ରଙ୍ଗପୋ ଏବଂ ଦକ୍ଷିଣ ସିକିମର ମେଲି ଦେଇ ରାଜ୍ୟକୁ ପ୍ରବେଶ କରିପାରିବେ। କିନ୍ତୁ ସେମାନଙ୍କୁ ସୀମାରେ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।

ଆଜିଠାରୁ ୫୦ ପ୍ରତିଶତ କ୍ଷମତା ସହିତ ହୋଟେଲ, ଗେଷ୍ଟ ହାଉସ୍ ଏବଂ ହୋମ୍ ଷ୍ଟ୍ରେ ଚଳାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଏହା ସହିତ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସରକାର। ସମ୍ପୂର୍ଣ୍ଣ କ୍ଷମତା ସପିଙ୍ଗ ମଲ, ସୋରୁମ ଏବଂ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ସିକିମ ଅର୍ଥନୀତିର ମେରୁଦଣ୍ଡ ହେଉଛି ପର୍ଯ୍ୟଟନ ଶିଳ୍ପ। ଏହାକୁ ପୁଃନ ଖୋଲାଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ଅନେକ ବ୍ୟବସାୟୀ ସ୍ୱାଗତ କରିଛନ୍ତି।