ପଶ୍ଚିମବଙ୍ଗରେ ବିଜେପି ବିଧାୟକଙ୍କୁ ଆକ୍ରମଣ ଅଭିଯୋଗ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗରେ ଥମିବାର ନାଁ ଧରୁନି ରାଜନୈତିକ ହିଂସା। କେତେବେଳେ ବିଜେପି କର୍ମୀଙ୍କ ଉପରେ ଟିଏମସି କର୍ମୀ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ କର୍ମୀଙ୍କ ଗାଡି ଭାଙ୍ଗୁଛନ୍ତି। ରବିବାର ଦିନ ବିଜେପି ବିଧାୟକ ଦିବାକର ଗରାମିଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଉଛି। ବାଙ୍କୁରା ଜିଲ୍ଲାର ମାଣିକବାଜାର ପଞ୍ଚାୟତ ଅଞ୍ଚଳରେ ତାଙ୍କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଏନେଇ ବିଳମ୍ବିତ ରାତିରେ ଟୁଇଟ କରି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକରୀ କରିଛନ୍ତି ଯେ, ସୋନମୁଖୀ ବିଧାୟକ ଦିବାକର ଗରାମିଙ୍କୁ ମାଣିକବାଜାର ପଞ୍ଚାୟତ ଅଞ୍ଚଳରେ ଟିଏମସି ଗୁଣ୍ଡଙ୍କ ଦ୍ୱାରା ଆକ୍ରମଣ କରାଯାଇଛି। ତାଙ୍କ ସହ ଥିବା ୭ ଜଣ ଦଳୀୟ ସଦସ୍ୟ ଏଥିରେ ମଧ୍ୟ ଗୁରୁତର ହୋଇଥିଲେ। ଏବଂ ସେମାନଙ୍କୁ ବାଙ୍କୁରା ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।