ରେକର୍ଡରେ ମୃତ୍ୟୁ ସଂଖ୍ୟା, ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚାଲିଗଲା ୫୨ ଜଣ ସଂକ୍ରମିତଙ୍କ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଦୈନିକ ସଂକ୍ରମଣରେ ସୁଧାର ଆସିଥିବା ବେଳେ ଦୈନିକ କରୋନା ମୃତ୍ୟୁ ସଂଖ୍ୟା କମିବାରୁ ନାଁ ନେଉନାହିଁ। ଏପରିକି ଗତ ୨୪ ଘଣ୍ଟାରେ ପୁଣି ରେକର୍ଡ ସଂଖ୍ୟକ କରୋନା ଜନିତ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଆଉ ୫୨ ଜଣ ସଂକ୍ରମିତଙ୍କ ଜୀବନ ନେଇଛି କରୋନା ମହାମାରୀ। ଫଳରେ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୦୦ ଅତିକ୍ରମ କରିଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ବରଗଡ଼, ଗଞ୍ଜାମ, କଳାହାଣ୍ଡି ଓ ପୁରୀରେ ୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ, କଟକ, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ନୟାଗଡ଼, ନୂଆପଡ଼ା ଓ ସମ୍ୱଲପୁରରୁ ଜଣେ ଲେଖାଏଁ କୋଭିଡ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ପାଇଛି।