ଏବେ ୬ରୁ ୧୨ ବର୍ଷ ପିଲାଙ୍କୁ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ପିଲାଙ୍କ କରୋନା ଟିକା ସହ ଜଡ଼ିତ ଭଲ ଖବର ସାମ୍ନାକୁ ଆସିଛି । ଏହି କ୍ରମରେ ୬ରୁ ୧୨ ବର୍ଷ ପିଲାଙ୍କୁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦିଆଯିବ । କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି ।