ଆକ୍ସନ୍ ମୁଡରେ ଜିଲ୍ଲାପାଳ ଡ. ବୁନ୍ଦା ଡି

ବାଲିଗୁଡା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଯୋଗୁଁ ଗତ ଦୁଇବର୍ଷ ହେବ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ବନ୍ଦ ରହିଥିଲା। ତେବେ ଆଜି ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇଥିଲା। ତେବେ ପ୍ରଶାସନ ପକ୍ଷରୁ ୧୩ ୱାର୍ଡ଼ ସୁନାପାଙ୍ଗା ସାହିରେ ଘରକୁ ଘର ପାନୀୟ ଜଳ ଯୋଗାଣ ପାଇଁ ଟ୍ୟାପ୍ ଲାଗିଥିଲେ ମଧ୍ୟ ପାଣି ପାଇ ପାରୁନଥିବା ସମ୍ପର୍କରେ ସାହି ବାସୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏଥିସହ ସୁନାପାଙ୍ଗା ସାହିର ଉପରମୁଣ୍ଡରେ ବହିଯାଇଥିବା ମରେନ୍ ଡଙ୍ଗର ଝରକୁ ବାନ୍ଧି ଡ୍ୟାମ୍ ନିର୍ମାଣ କରାଗଲେ ସାହିରେ ଥିବା ପାନୀୟ ଜଳ ସମସ୍ଯା ଦୂର ହୋଇପାରିବ ବୋଲି ସାହି ବାସୀ ଜଣାଇଥିଲେ। ଜିଲ୍ଲାପାଳ ତୁରନ୍ତ ଏମ୍ଆଇ, ଏନଏସି ଯନ୍ତ୍ରୀକୁ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ସାହିବାସୀଙ୍କ ସହ ମିଶି ବିଭାଗୀୟ ଅଧିକାରୀ ୩୦ ଫୁଟ ପାହାଡ଼ ଉପରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାପାଳଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି।