Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବଡ଼ଦାଣ୍ଡରେ ଥିବା ଘର ଛାତ ଉପରେ ବସି କେହି ଦେଖିପାରିବେ ନାହିଁ ରଥଯାତ୍ରା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବଡ଼ଦାଣ୍ଡରେ ଥିବା ଘର ଛାତ ଉପରେ ବସି କେହି ଦେଖିପାରିବେ ନାହିଁ ରଥଯାତ୍ରା

ପୁରୀ,ଏନ୍ଏନ୍ଏସ୍: ବଦଳିଲା ଜିଲ୍ଲା ପ୍ରଶାସନର ପୂର୍ବ ନିଷ୍ପତ୍ତି। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଅବସ୍ଥିତ ଘରଗୁଡ଼ିକର ଛାତ ଉପରେ ବସି କେହି ଦେଖିପାରିବେ ନାହିଁ ରଥଯାତ୍ରା। ବାସିନ୍ଦାମାନଙ୍କୁ ଯାତ୍ରା ବେଳେ ରହିବାକୁ ପଡ଼ିବ ନିଜ ନିଜ ଘର ଭିତରେ। ରଥଯାତ୍ରା ସମୟରେ ସହରରେ ଜାରି ହେବ କର୍ଫ୍ୟୁ। ରଥଯାତ୍ରା ପୂର୍ବ ରାତିରୁ ପରଦିନ ଅପରାହ୍ଣ ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା ବଳବତ୍ତର ରହିବ। ତେଣୁ ସେ ସମୟରେ ବଡ଼ଦାଣ୍ଡର ରାସ୍ତା ଉପରେ ବି କେହି ରହିପାରିବେ ନାହିଁ। ରଥଯାତ୍ରାର ଦିନେ ୨ ଦିନ ପୂର୍ବରୁ ବଡ଼ଦାଣ୍ଡରେ ଯେଉଁସବୁ ହୋଟେଲ ରହିଛି ସେଗୁଡ଼ିକର ସର୍ଭେ କରାଯାଇ ଖାଲି କରିଦିଆଯିବ। ବ୍ୟକ୍ତିଗତ ଘର ଥିବା ପରିବାରର ସଦସ୍ୟମାନେ ଘର ଭିତରେ ରହିବେ। ପ୍ରଶାସନର ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ଓ ଆରକ୍ଷୀ ଅଧୀକ୍ଷକ କେ. ବିଶାଲ ସିଂ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବଡ଼ଦାଣ୍ଡର ୨ ପାର୍ଶ୍ୱରେ ଥିବା ବ୍ୟକ୍ତିଗତ ଘରର ଛାତ ଉପରେ ରହି କେବଳ ସମ୍ପୃକ୍ତ ପରିବାରର ସଦସ୍ୟମାନେ ରଥଯାତ୍ରା ଦେଖିପାରିବେ ଓ ବାହାରର କାହାକୁ ଆମନ୍ତ୍ରଣ କରି ପାରିବେ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା। ଘରେ ରହୁଥିବା ଲୋକମାନଙ୍କ ସମ୍ପର୍କରେ ପୂର୍ବରୁ ସର୍ଭେ କରାଯିବାକୁ ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିଲା। ତେବେ ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଅନ୍ୟ କାହାରିକୁ ଘର ଭିତରେ ରହିବାର ଅନୁମତି ଦିଆଯିବ ନାହିଁ। ଯଦି ସେଭଳି କେହି ରହିଥାନ୍ତି ତେବେ ଯାଞ୍ଚ କରାଯାଇ ସେମାନଙ୍କୁ ଖାଲି କରିଦିଆଯିବ। ଅସୁରକ୍ଷିତ କୋଠା ସମ୍ପର୍କରେ ମଧ୍ୟ ସର୍ଭେ କରାଯାଇଛି।

ବଡ଼ଦାଣ୍ଡରେ ଥିବା ଲଜିଂ ଗୁଡ଼ିକୁ ଜୁଲାଇ ୧୦, ୧୧, ୧୨ ଓ ୧୩ ତାରିଖରେ ଖାଲି କରାଯିବ। ତେବେ ସହରର ଅନ୍ୟାନ୍ୟ ଅଞ୍ଚଳରେ ଅବସ୍ଥିତ ହୋଟେଲମାନଙ୍କରେ ଲୋକ ରହିପାରିବେ କିନ୍ତୁ କର୍ଫ୍ୟୁ ସମୟରେ ବାହାରକୁ ବାହାରି ପାରିବେ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।