୨୦୨୨ ସାଧାରଣତନ୍ତ୍ର ଦିବସ ପରେଡ୍‌, ଭାଗ ନେବେ ୨୫ଟି ରାଷ୍ଟ୍ରର ଯୁବ ପ୍ରତିନିଧି ଦଳ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଆସନ୍ତାବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି (ପ୍ଲାଟିନମ ଜୁବିଲି) ପାଳନ କରିବାକୁ ଯାଉଥିବାବେଳେ ଏହାକୁ ‘ଆଜାଦୀ କା ଅମୃତ ଉତ୍ସବ’ ନାମରେ ନାମିତ କରାଯାଇଛି। ଏହି ଅବସରରେ ପ୍ରତିବର୍ଷ ଭଳି ୨୦୨୨ ଜାନୁଆରୀ ୨୬ରେ ନୂଆଦିଲ୍ଲୀର ରାଜପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ୨୫ଟି ରାଷ୍ଟ୍ରର ଯୁବ ପ୍ରତିନିଧି ଦଳକୁ ସାମିଲ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଏହି ରାଷ୍ଟ୍ରଗୁଡିକ ହେଲା ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଜାପାନ, ଓମାନ, ୟୁଏଇ, ବ୍ରାଜିଲ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ମରିସସ୍‌, ମୋଜାମ୍ବିକ୍‌, ନାଇଜେରିଆ, ସିଚେଲ୍‌ସ, ବାଂଲାଦେଶ, ନେପାଳ, ଭୁଟାନ, ରୁଷ, କାଜାଖ୍‌ସ୍ତାନ, ସିଙ୍ଗାପୁର, କିର୍ଗିଜ୍ ରିପବ୍ଲିକ୍‌, ଶ୍ରୀଲଙ୍କା, ମାଳଦ୍ୱୀପ ଓ ଭିଏତନାମ।