ଦେବଗଡ଼,ଏନ୍ଏନ୍ଏସ୍: ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗଇବା ଲକ୍ଷରେ ରାଜ୍ୟ ସରକାର ୫ଟି ଯୋଜନାରେ ସ୍ୱାସ୍ଥ୍ୟ ସେବା ଓ ପୁଲିସ ସେବାକୁ ଅଗ୍ରାଧିକାର ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ ବିଭାଗ ମଧ୍ୟରେ ସମନ୍ୱୟ ରହୁ ନଥିବାରୁ କୌଣସି ମାମଲାରେ ଥାନାକୁ ଆସୁନଥିବା ଜଣାପଡ଼ିଛି। ଫଳରେ ଜନସାଧାରଣ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏପରି ଦୁଇ ବିଭାଗର ଟଣା ଓଟରା ଯୋଗୁଁ ୫ଟି ଯୋଜନା ଦୀଗହରା ହୋଇଛି।
