ରାୟଗଡ଼ା,ଏନ୍ଏନ୍ଏସ୍: ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ ଡ଼୍ରାଇଭର ସମେତ ୮ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ତାମିଲନାଡ଼ୁ ସ୍ଥିତ କାରୱାରୁ ରାୟଗଡ଼ା ଦେଇ କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରକୁ ଆଜି କିଛି ଶ୍ରମିକ ଏକ ଟ୍ରାଭେଲରରେ ଯାଉଥିବା ବେଳେ ଏହା ଗୁମ୍ମାଘାଟି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି।
