କଟକ,ଏନ୍ଏନ୍ଏସ୍: କାଲି ଠାରୁ କଟକରେ ଅନଲାଇନରେ ମଦ ବିକ୍ରି ଆରମ୍ଭ ହେବ। ଏ ନେଇ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଗ୍ରାହକମାନେ ଅର୍ଡର କରିବେ ଓ ଦିନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡେଲିଭରି ହେବ ବୋଲି ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ସ୍ୱିକୃତୀ ପ୍ରାପ୍ତ ମଦ ଦୋକାନୀମାନେ ନିଜ ଦୋକାନ ସାମ୍ନାରେ ସେମାନଙ୍କର ହ୍ୱାଟସଆପ୍ ନମ୍ବର, ଫୋନ୍ ନମ୍ବର, ଇମେଲ ଆଇଡି ଓ ଡିଜିଟାଲ ପେମେଣ୍ଟ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିପାରିବେ। ସେହିପରି ସରକାରୀ ୱେବସାଇଟ ଓଏସବିସିରେ ମଧ୍ୟ ଜିଲ୍ଲା ଅନୁସାରେ ଏହି ମଦ ଦୋକାନୀମାନଙ୍କ ତଥ୍ୟ ମିଳିବ।
ତେବେ ଗତକାଲି ମଦର ହୋମ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି ମିଳିଥିଲେ ହେଁ ଆଜି ମଦ ବ୍ୟବସାୟୀ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ମଦ ଦୋକାନୀମାନେ ନିଜେ ବ୍ୟକ୍ତି ନିଯୁକ୍ତ କରି ଡେଲିଭରି କରିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟ ସଂଘ ସହ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଲୋଚନା କରିବା ପରେ ସୂଚନା ଦେଇଛନ୍ତି।