Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଏଣିକି ପାର୍କିଂ ଫି ଆଦାୟ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଏଣିକି ପାର୍କିଂ ଫି ଆଦାୟ କରାଗଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପାର୍କିଂ ଫି ଆଦାୟ ବନ୍ଦ ପାଇଁ ପାଇଁ ବିଡିଏ କରିଥିବା ନୋଟିସକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି। ଏହି ନିୟମକୁ ପାଳନ କରିବା ସହିତ ନିଜ ପାଖକୁ ଆସୁଥିବା ଗ୍ରାହକମାନଙ୍କୁ ପାର୍କିଂ ସୁବିଧା ଉପଲବ୍ଧ କରାଇବା ପାଇଁ ବ୍ୟବସାୟ ପ୍ରତିଷ୍ଠାନ ଉଦେଶ୍ୟରେ ଏହି ଟୁଇଟ୍ କରାଯାଇଛି। ସେହିପରି ଏବେ ବି ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‍ ଓ ଆପାର୍ଟମେଣ୍ଟଗୁଡ଼ିକରେ ପାର୍କିଂ ଫି ଆଦାୟ ହେଉଥିବା ବେଳେ ଏହାକୁ ତୁରନ୍ତ ବନ୍ଦ କରିବା ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଏହାସହିତ ଯଦି ଏହି ନିୟମ ଉଲଂଘନ କରାଯାଏ ତାହେଲେ ସମ୍ପୃକ୍ତ ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟନୂଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମଲ୍ ବାହାରେ ଥିବା ବିଏମ୍ସି ପାର୍କିଂସ୍ଥଳୀଗୁଡ଼କ ପୂର୍ବଭଳି ଜାରି ରହିବା ସହିତ ବିଏମସି ନାଁରେ କେହି ପାର୍କିଂ ଫି ଆଦାୟ କରୁଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ବ୍ୟବସାୟିକ ପ୍ରତିଷ୍ଠାନ ହେଉ ଅବା ହସ୍ପିଟାଲ କିମ୍ବା ସିନେମାହଲ ଗୁଡ଼ିକ ନିର୍ମାଣ ବେଳେ ପାର୍କିଂ ବ୍ୟବସ୍ଥା କରିବାକୁ ପୂର୍ବରୁ ବିଡିଏର ଗାଇଡଲାଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଏଥିପାଇଁ ବିଡିଏଠାରୁ ଘର ନିର୍ମାଣ ବେଳେ ପ୍ଲାନ ଆପ୍ରୁଭ୍ ହୋଇଥାଏ। ଯଦି ଘର ପ୍ଲାନରେ ଆବଶ୍ୟକୀୟ ପାର୍କିଂ ସ୍ଥଳୀ ନଥାଏ ତାହେଲେ ବିଡିଏ ଏହାକୁ ରିଜେକ୍ଟ କରିଥାଏ। ତେବେ ବ୍ୟବସାୟୀକ ଅନୁଷ୍ଠାନ ଗୁଡ଼ିକ ପାର୍କିଂ ଫି ନେବା ପାଇଁ କୌଣସି ନିୟମ ନଥିବା ବେଳେ ଏମାନେ ଏହି ନିୟମକୁ ବହୁ ଦିନ ହେବ ଖୁଲମଖୋଲା ଫାଙ୍କି ଆସୁଛନ୍ତି।

ତେବେ ଏହାକୁ ନେଇ ବାରମ୍ବାର ବିବାଦ ଦେଖାଦେଉଥିବା ବେଳେ ଲୋକମାନେ ଟଙ୍କା ଦେବା ପାଇଁ ଅରାଜି ହେଉଥିଲେ। ଏମିତି କି ଅନ୍ୟ ରାଜ୍ୟରେ ଏ ବ୍ୟବସ୍ଥାକୁ ଉଚ୍ଛେଦ ପାଇଁ କୋର୍ଟ ଆଦେଶ ଦେଇଥିବା ବେଳେ ଓଡ଼ିଶାରେ ଏହି ବ୍ୟବସ୍ଥା ଚାଲି ଆସୁଛି। ତେବେ ଲୋକଙ୍କ ଆକ୍ରୋଶ ଓ ବଢ଼ୁଥିବା ପାର୍କିଂ ଫି ଆଦାୟକୁ ଦୃଷ୍ଟିରେ ରଖି ବିଡିଏ ଏହା ଉପରେ କଟକଣା ଲଗାଇଛି। ବିଡିଏ ପକ୍ଷରୁ ନିଆଯାଇଥିବା ଏହି କଡ଼ା ପଦକ୍ଷପ ଏବେ ରାଜଧାନୀର ସପିଂ ମଲ ମାଲିକଙ୍କ ନିଦ ହଜେଇଦେଇଛି।

ପାର୍କିଂ ଫି ବାବଦକୁ ମଲ୍ ମାଲିକମାନେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ବେଳେ ଏହା ଏବେ ବନ୍ଦ ହେବା ପାଇଁ ଯାଉଛି। ସେପଟେ ବର୍ତ୍ତମାନ ଏହି ସ୍ଥାନଗୁଡ଼ିକରେ ବାଇକ ରଖିଲେ ୧୦ ଟଙ୍କା ଦେବା ପାଇଁ ହେଉଥିବା ବେଳେ କାର ପିଛା ୪୦ ଟଙ୍କା ନିଆଯାଉଛି। ସେହିପରି ସମୟ ବଢ଼ିବା ସହିତ ଦର ମଧ୍ୟ ବଢ଼ୁଛି। ତେବେ କିଛି ଲୋକ ଟଙ୍କା ଯାଉ ପଛେ ବାଧ୍ୟ ହୋଇ ଗାଡ଼ି ରଖୁଛନ୍ତି। ଅନ୍ୟ କିଛି ଲୋକ ଟଙ୍କା ନଦେବା ପାଇଁ ରାସ୍ତା ଉପରେ ଗାଢ଼ି ରଖିଦେଇ ଚାଲିଯାଉଛନ୍ତି। ଫଳରେ ରାସ୍ତାରେ ବେଆଇନ୍ ପାର୍କିଂ ଯୋଗୁ ରାଜଧାନୀର ଟ୍ରାଫିକ୍ ସମସ୍ୟା ଦ୍ୱିଗୁଣିତ ହେଉଛି।

ଫି ଆଦାୟ ପାଇଁ ଭବାନୀ ମଲ୍ ନିର୍ଦ୍ଦେଶକଙ୍କୁ ନୋଟିସ୍
ସପିିଂ ମଲ୍ କୁ ଆସୁଥିବା ଗ୍ରାହକଙ୍କଠାରୁ ପାର୍କିଂ ଫି ଆଦାୟ କରିବା ବେଆଇନ୍ ଓ ଏହାକୁ ବନ୍ଦ କରିବା ପାଇଁ ବିଡିଏ ପକ୍ଷରୁ ନୋଟିସ୍ ଜାରି ହୋଇସାରିଛି। ହେଲେ ଏହାସତ୍ତେ୍ୱ ମଧ୍ୟ ଭବାନୀ ମଲ୍ କୁ ଆସୁଥିବା ଗ୍ରାହକଙ୍କଠାରୁ ସମ୍ପୃକ୍ତ ମଲ୍ ଫି ଆଦାୟ କରୁଥିଲା। ଯାହାକି ବିଡିଏ ବିଲ୍ଡିଂ ପ୍ଲାନ୍ ୨୦୧୮ ଅନୁସାରେ ବେଆଇନ୍। ଏହି ଆଇନ୍କୁ ଭିତ୍ତ୍ି କରି ବିଏମସି ପକ୍ଷରୁ ଭବାନୀ କନଷ୍ଟ୍ରକ୍ସନର ନିର୍ଦ୍ଦେଶକଙ୍କୁ ନୋଟିସ୍ କରାଯାଇଥିବା ବେଳେ ତୁରନ୍ତ ପାର୍କିଂ ଫି ଆଦାୟ କରିବା ପାଇଁ କୁହାଯାଇଛି। ସେହିପରି ଯଦି ଏଥିରୁ ମଲ୍ କ୍ଷାନ୍ତ ନରହେ ତାହାଲେ ବିନା କୌଣସି ନୋଟିସରେ କାର୍ଯ୍ୟାନୂଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।