Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଦୁର୍ନୀତି ଅଭିଯୋଗ ପାଇଁ ଏସଆଇ ବନମାଳିଙ୍କୁ ବାଧ୍ୟତାମୂଳକ ଅବସର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଦୁର୍ନୀତି ଅଭିଯୋଗ ପାଇଁ ଏସଆଇ ବନମାଳିଙ୍କୁ ବାଧ୍ୟତାମୂଳକ ଅବସର

ଖୋର୍ଦ୍ଧା: ଜିଲ୍ଲା ପୁଲିସ ମୁଖ୍ୟକାର୍ଯାଳୟରେ କାର୍ଯ୍ୟରତ ସବ ଇନସପେକ୍ଟର(ଉପ ନିରୀକ୍ଷକ)ବନମାଳୀ ନାୟକଙ୍କ ବିରୋଧରେ ଦୁଇଟି ଭିଜିଲାନସ କେଶ ଚାଲିଥିବାରୁ ଶ୍ରୀ ନାୟକଙ୍କୁ ତାଙ୍କ ଚାକିରୀର ସମୟସୀମା ସରିବା ପୂର୍ବରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ଆଜି ସନ୍ଧ୍ୟାରେ ଏସପିଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅଜେୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି।

ଏସପି ଶ୍ରୀ ସ୍ୱାଇଁଙ୍କ ସୂଚନା ମୁତାବକ, ପୁଲିସ ବିଭାଗରେ ଦୁର୍ନିତିଗ୍ରସ୍ତ ଅଧିକାରୀ ଯାହାର ବୟସ ୫୦ ବର୍ଷରୁ ଉର୍ଦ୍ଧ ହୋଇଥିବ ଓ ଯଦି କେହି ସେପରି କର୍ମଚାରୀ ଥାନ୍ତି ତେବେ ତାଙ୍କ ପାଇଁ ସମୟସୀମା ସରିବା ପୂର୍ବରୁ ଚାକିରୀରୁ ଅବସର ନେବା ସମ୍ପର୍କିତ ବୋର୍ଡ ବସିଥାଏ। ଏହି ବୋର୍ଡରେ ସମ୍ପୃକ୍ତ କର୍ମଚାରିଙ୍କ ସମ୍ପର୍କରେ ରିଭ୍ୟୁ କରାଯାଇଥାଏ। ତେବେ ଆଜି ଏସପିଙ୍କ କାର୍ଯ୍ୟାଳୟରେ ଏସପି ଶ୍ରୀ ସ୍ୱାଇଁ, ଆଡିସିନାଲ ଏସପି କୃତିବାସ ଜେନା ଓ ଡିଏସପି ଓମପ୍ରକାଶ ପାତ୍ରଙ୍କ ଦ୍ୱାରା ଏକ ରିଭ୍ୟୁ କରାଯାଇଥିଲା।

ଉକ୍ତ ସମୟରେ ଜଣାପଡିଥିଲା ଯେ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସବ ଇନସପେକ୍ଟର ଶ୍ରୀ ନାୟକଙ୍କ ବିରୁଦ୍ଧରେ ଦୁଇଟି ଭିଜିଲାନସ କେଶ କୋର୍ଟରେ ବିଚାରଧିନ ରହିଛି। ଗୋଟିଏ ଗତ ୨୦୧୩ ମସିହା ଜୁଲାଇ ୧୨ ତାରିଖରେ ପୁରୀରେ କାର୍ଯ୍ୟରତ ଥିବା ସମୟରେ ୭ହଜାର ଉକେô୍ାଚ ନେବା ବେଳେ ଧରା ହୋଇଥିବାବେଳେ ଅନ୍ୟଟି ୨୦୧୪ ମସିହା ନଭେମ୍ବର ୧୯ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆଥାନାରେ ରହି ୩ହଜାର ଉକେô୍ାଚ ନେଇ ଧରାହୋଇଥିଲେ।

ତେବେ ସବଇନ୍ସିପେକ୍ଟର ଶ୍ରୀ ନାୟକଙ୍କର ବର୍ତମାନ ବୟସ ୫୪ ବର୍ଷ ୭ମାସ ୩ଦିନ ହୋଇଥିବାବେଳେ ସେ ୩୨ବର୍ଷରୁ ଉଦ୍ଧ୍ୱର୍ ସମୟ ଚାକିରୀ କରିଛନ୍ତି। ଏସଆଇ ନାୟକଙ୍କ ବିରୁଦ୍ଧରେ ୨୮/୧୩ ଓ ୫୧/୧୪ ରେ ଦୁଇଟି ଭିଜିଲାନସ କେଶ କୋର୍ଟରେ ବିଚାରଧୀନ ରହିଥିବାରୁ ଆଉ ପୁଲିସ ବିଭାଗରେ ରହି ଲୋକଙ୍କୁ ସେବା ଯୋଗାଇବା ନେଇ ସେ ବିଶ୍ୱାସନୀୟତା ହରାଇଛନ୍ତି ବୋଲି ଏସପି ଶ୍ରୀ ସ୍ୱାଇଁ କହିଛନ୍ତି।

ତେଣୁ ତାଙ୍କର ଚାକିରୀର ସମୟ ସୀମା ସରିବା ପୂର୍ବରୁ ଆଜି ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ବୋଲି ଏସପି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଡିସିନାଲ ଏସପି କୃତିବାସ ଜେନା ଓ ଡିଏସପି ଓମପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତଥିଲେ।