ପୁରୀ,ଏନ୍ଏନ୍ଏସ୍: ଗତକାଲି ରଥଯାତ୍ରା ପରେ ଆଜି ୩ ଠାକୁର ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିବେ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି। ଏବେ ଜନ୍ମବେଦୀରେ ବିନା ଭକ୍ତରେ ଠାକୁର ୯ ଦିନ ରହିବେ। ଏହି ପରିପ୍ରେକ୍ଷୀରେ ପୁଲିସ ଡିଜିପି ଶ୍ରୀ ଅଭୟ ଭକ୍ତମାନଙ୍କୁ ପୁରୀକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି। ଏନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ। ବର୍ତ୍ତମାନ ପୁରୀର କିଛି ଅଞ୍ଚଳ କର୍ଫ୍ୟୁ ମୁକ୍ତ ରହିଥିବା ବେଳେ ପୁରୀ ସହରରେ କର୍ଫ୍ୟୁ ଜାରି ରହିବ ବୋଲି କହିଛନ୍ତି।