ମହାକାଶରୁ ଖସୁଛି ବିରାଟ ଉଲକାପିଣ୍ଡ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ମହାକାଶରୁ ଏକ ବିରାଟ ଉଲକାପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ। ଏହା ପୃଥିବୀରେ ମାଡ଼ ହେବ ନାହିଁ ବୋଲି ମହାକାଶ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଏହା ପୃଥିବୀଠାରୁ ୩୭ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ଅତିକ୍ରମ କରୁଛି।

ସୂଚନା ଅନୁସାରେ ଏହି ଉଲକାପିଣ୍ଡର ଲମ୍ବ ପ୍ରାୟ ୧୪୦ ମିଟର ହେବ। ସେକେଣ୍ଡକୁ ୧୩ କିଲୋମିଟର ବେଗରେ ଏହା ମହାକାଶରୁ ଖସୁଛି। ଆମେରିକାର ମହାକାଶ ସଂସ୍ଥା ନାସାର ସୂଚନା ଅନୁସାରେ ଏହି ଉଲକାପିଣ୍ଡ ହେଉଛି ଧୂମକେତୁ, ଯାହା ନିକଟ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇଥାନ୍ତି।