ଢେଙ୍କାନାଳ ଫରେଷ୍ଟ କଲୋନୀରେ ବିସ୍ଫୋରଣ, ଜଣେ ଗୁରୁତର

ଢେଙ୍କାନାଳ,ଏନ୍ଏନ୍ଏସ୍: ଆଜି ଢେଙ୍କାନଳ ଫରେଷ୍ଟର କଲୋନୀରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ହାତୀ ଘଉଡାଇବା ସ୍କ୍ୱାର୍ଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ଢେଙ୍କାନାଳ ସହରର ଫରେଷ୍ଟର କଲୋନୀରେ ସୁଜିତ ସାମଲ ନାମକ ଜଣେ ଫରେଷ୍ଟ କର୍ମଚାରୀ କୌଣସି କାରଣରୁ ଘର ଭିତରକୁ ଯାଇଥିଲେ। ଏହି ସମୟରେ ଘର ଭିତରେ ହାତୀ ଘଉଡାଇବା ପାଇଁ ଥିବା ବିସ୍ଫୋରକ ଫାଟି ଥିଲା। ଫଳରେ ସୁଜିତଙ୍କ ଘର ସମେତ ଆଖପାଖ ଘର ଭାଙ୍ଗି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏଥିସହିତ ସୁଜିତଙ୍କ କାନ୍ଥ ଫାଟି ଆଖପାଖ ଅଞ୍ଚଳକୁ ଛିଟିକି ପଡ଼ିଛି।

ଏହି ବିସ୍ଫୋରଣରେ ସୁଜିତ ଗୁରୁତର ଆହତ ହୋଇଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ ଘର ଭିତରେ ବ୍ୟାପକ ବିସ୍ଫେରକ ଥିବା ବେଳେ କିଭଳି ଏଭଳି ଅଘଟଣ ଘଟିଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।