ଚଳିତ ଇଦରେ କୌଣସି ମସଜିଦରେ ସମୂହ ନମାଜ ପାଠ ହେବନାହିିଁ: ଡିସିପି ଅଖିଳେଶ୍ୱର

କଟକ,ଏନ୍ଏନ୍ଏସ୍: ଚଳିତ ବର୍ଷ ଇଦରେ କଟକର କୌଣସି ମସଜିଦରେ ସମୂହ ନମାଜ ପାଠ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି କଟକ ଡିସିପି। କରୋନା ପାଇଁ ସହରରେ ଏଭଳି କଟକଣା ଜାରି କରିଛନ୍ତି ପୁଲିସ ଡିସିପି ଅଖିଳେଶ୍ୱର ସିଂହ।

ଏହି ପରିପ୍ରେକ୍ଷୀରେ କଟକର ସମସ୍ତ ମସଜିଦ୍ ଆଗରେ ପୁଲିସ ଫୋର୍ସ ମୂତୟନ କରାଯିବ। ଇଦ୍ ପାଳନ ଅବସରେ କରୋନା ନିୟମାବଳୀର ଯେଭଳି ଉଲ୍ଲଘଂନ ନହୁଏ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ। ସେହିପରି ନିୟମ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଡିସିପି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଆଜିଠାରୁ ଇସଲାମ୍ ସଂପ୍ରଦାୟରର ରମଜାନ ମାସର ଶେଷ ପର୍ବ ଇଦ ଆରମ୍ଭ ହେବାକୁ ଯାଉଛି। ଏହି ପର୍ବରେ ଗୋଟିଏ ମାସ ଧରି ମୁସଲିମ୍ ଧର୍ମର ଲୋକମାନେ ମସଜିଦରେ ନମାଜ ପାଠ କରିଥାନ୍ତି। ମାତ୍ର ଚଳିତ ବର୍ଷ ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନ ମନ୍ଦିର ଓ ମସଜିଦକୁ ସିଲ କରାଯାଇଥିଲା। ଏ ନେଇ କଟକ କମିସନରେଟ ପିୁଲିସ ଡିସିପି ଅଖିଳେଶ୍ୱର ସିଂହ ପୂର୍ବରୁ ଜାରି କରାଯାଇଥିବା ନିୟମ ବର୍ତ୍ତମାନ ମଧ୍ୟ ବଳବତ୍ତର ରହିବ ବୋଲି ଡିସିପି ସ୍ପଷ୍ଟ କରିଛନ୍ତି।