ବରଗଡ଼,ଏନ୍ଏନ୍ଏସ୍: ନୋ କ୍ଲାସ, ନୋ ଫି ଦାବି ନେଇ ବରଗଡ଼ କଲେଜ କମ୍ପ୍ୟୁଟର ସାଇନ୍ସର ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଆଠମାସ ହେବ ଗୋଟିଏ ବି କ୍ଲାସ ହୋଇ ନ ଥିବା ବେଳେ ଚଳିତ ସେମିଷ୍ଟାରର ଫି’ ଛାଡ କରାଯାଉ ବୋଲି ବରଗଡ଼ ପଞ୍ଚାୟତ କଲେଜ କମ୍ପ୍ୟୁଟର ସାଇନ୍ସର ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରିଥିଲେ ।
ସୂଚନା ଯୋଗ୍ୟ, ବରଗଡ଼ ପଞ୍ଚାୟତ କଲେଜରେ କମ୍ପ୍ୟୁଟର ସାଇନ୍ସ ସେଲ୍ଫ ଫାଇନ୍ସାସିଂରେ ୬୪ ଟି ସିଟ୍ ରହିଥିବାବେଳେ ୨୦୧୮-୧୯ ବର୍ଷରେ ୩୮ ଜଣ ଏବଂ ୨୦୧୯-୨୦ ରେ ୫୫ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ତିନିବର୍ଷିଆ ଏହି ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବର୍ଷକୁ ୨୦ ହଜାର ଲେଖାଏଁ ଫି’ ବାବଦକୁ ପୈଠ କରିଥାନ୍ତି। ତେବେ ବର୍ତ୍ତମାନ କରୋନ ମହାମାରୀଲୋକଙ୍କ ଆର୍ଥିକ ଅବସ୍ଥା ବିଗାଡି ଦେଇଥିବା ବେଳେ ଚଳିତ ବର୍ଷର ଫି’ ଛାଡ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଏନେଇ କଲେଜର ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ି ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ। ପରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ସହ ଆଲୋଚନା କରି ଏନେଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।