ନୂଆଦିଲ୍ଲୀ: ଆସମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଗୌହାଟୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୫ଟା ୩୪ ମିନିଟ୍ରେ ଗୌହାଟୀ ମେଡିକାଲ କଲେଜ (ଜୀଏମସୀଏଚ୍)ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଏନେଇ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।
ସୂଚନାଯୋଗ୍ୟ, ନଭେମ୍ବର ୨ ତାରିଖରେ ଶ୍ରୀ ଗୋଗୋଇଙ୍କୁ ଜୀଏମସୀଏଚ୍ରେ ଭର୍ତ୍ତି କରାଯାଇଥିଲା। ଶନିବାର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏହାପୂର୍ବରୁ ଅଗଷ୍ଟ ୨୫ ତାରିଖରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ତା’ ପରଦିନ ତାଙ୍କୁ ଜୀଏମସୀଏଚରେ ଭର୍ତ୍ତି କରାଯାଇଥିଲ। ଆଉ ଅକ୍ଟୋବର ୨୫ ତାରିଖରେ ହସ୍ପିଟାଲରୁ ଛୁଟି ମିଳିଥିଲା।