କରୋନାକୁ ହରାଇଲେ ୯୬ ବର୍ଷୀୟା ବୃଦ୍ଧା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସାଗରପାଲି ଗ୍ରାମର ଜଣେ ୯୬ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ବୃଦ୍ଧା ଜଣକ ସ୍ୱର୍ଗତ ମୁରଲିିଧର ପ୍ରଧାନଙ୍କ ପତ୍ନୀ ଉଦିଆଁ ପ୍ରଧାନ। ସେ ଗତ ୧୬ ତାରିଖରେ ସମ୍ବଲପୁରସ୍ଥିତ ଆରୋଗ୍ୟମ ହସ୍ପିଟାଲରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ପରେ ଡାକ୍ତରଙ୍କ ଉପଯୁକ୍ତ ପରାମର୍ଶ ଯୋଗୁ କରୋନାରୁ ସୁସ୍ଥ ହୋଇ ପାରିଛନ୍ତି। ଗତ ୨୨ ତାରିଖରେ ଉଦିଆଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିବା ସହ ୧୪ ଦିନ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି।