ଫେବୃଆରୀ ୧ରୁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,ଏଜେନ୍ସି: ଆଗାମୀ ୧ ଫେବୃଆରୀ ପ୍ରାତଃ ୧୧ ଘଟିକାରେ ସଂସଦରେ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପାଳିରେ ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିଆସୁଛନ୍ତି।

ଚଳିତ ବଜେଟ୍ ସୀତାରମଣଙ୍କ ୪ର୍ଥ ବଜେ୍‌ଟ। କରୋନା, ମହାମାରୀ, ଓମିକ୍ରନ୍‌, ମୁଦ୍ରାସ୍ଫୀତି, ପ୍ରୋତ୍ସାହନ ତଥା ନୂଆ ଯୋଜନା ଆଦି ଅନେକ ଚାଲେଞ୍ଜ୍ ରହିଛି। କରୋନା ପ୍ରଭାବିତ ଭାରତୀୟ ଅର୍ଥନୀତିକୁ ବୁଷ୍ଟର୍ ଡୋଜ୍‌ର ଆବଶ୍ୟକତା ରହିଛି। କରୋନାର ତୃତୀୟ ଲହର ଦେଶର ଆର୍ଥିକ ସୁଧାରକୁ ବାଧା ଦେଇଛି।

ସୁଧାର, ଅଭିବୃଦ୍ଧି, ବିନିବେଶ ଓ ବିନିଯୋଗ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଆହ୍ୱାନ ରହିବ। କେନ୍ଦ୍ର ଅର୍ଥ ବିଭାଗ ସାଧାରଣ ବଜେଟ୍ ପ୍ରସ୍ତୁତି ଉପସ୍ଥାପନର କିଛି ମାସ ପୂର୍ବରୁ ଆରମ୍ଭ କରିଥାନ୍ତି। ଏହି କାର୍ଯ୍ୟରେ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ସମସ୍ତ ବିଭାଗ ତଥା କର୍ମଚାରୀ ନିୟୋଜିତ ଥାଆନ୍ତି।