ନିର୍ଗୁଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ

ବାରିକପୁର,ଏନ୍‌ଏନ୍‌ଏସ୍‌: ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମହୋତ୍ସବ ଜୀବନ କଣ ବୁଝିବାକୁ ସୁଯୋଗ ଦିଏ ବୋଲି ବକ୍ତବ୍ୟ ମାଧ୍ୟମରେ କହିଥିଲେ । ସମାଜସେବୀ ସୁରେନ୍ଦ୍ର ପାଲଙ୍କ ଅଧ୍ୟକ୍ଷତା ତଥା ଶିକ୍ଷାବିତ ନିତ୍ୟାନନ୍ଦ ରାଉତଙ୍କ ସଂଚାଳନରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ବିଧାୟକଙ୍କ ସମେତ ସମ୍ମାନୀତ ଅତିଥି ଭାବେ ପୂର୍ତ୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ନିମନ୍ତ୍ରିତ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥିଭାବେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଅନ୍ୟତମ ଅତିଥି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ମୁଖ୍ୟବକ୍ତା ବିଡ଼ିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଯୋଗଦେଇ ବିଦ୍ୟାଳୟ ଶତ ବାର୍ଷିକ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଏହାଛଡା ବିଶିଷ୍ଟ ଅତିଥି ମାନେ ସମାରୋହ ଚିନ୍ତା କରିବା ପାଇଁ ଖୋରାକ ଯୋଗାଏ ବୋଲି ମତବ୍ୟକ୍ତ କରିଥିଲେ । ବ୍ଲକ ଅଂଚଳରେ ଉକ୍ତ ବିଦ୍ୟାଳୟ ୧୧୫ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ଶତବାର୍ଷିକୀ ଉତ୍ସବ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ପ୍ରକାଶ ପାଇଥିଲା । ବିଶିଷ୍ଟ ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଇଂ ସତ୍ୟବ୍ରତ ପାଲ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନୀ ସମାରୋହକୁ ଶିକ୍ଷାବିତ ଶରତ ଚନ୍ଦ୍ର କୁଣ୍ଡୁଙ୍କ ସମେତ ଆୟୋଜକ କମିଟି ସଦସ୍ୟ ଅବିନାଶ ପାଲ, ପ୍ରଶାନ୍ତ ଦାସ, ବଳରାମ ଦାସ, ବିରଞ୍ଚି ନାରାୟଣ ପାଲ, ସୌରଭ ଦାସ, ସନାତନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଭୁବନେଶ୍ୱର ରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।