ବିପିଏଲ୍ ଓ ବୟସ୍କଙ୍କୁ ମାଗଣା ଟିକା ଦିଅ : ନିରଞ୍ଜନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବିପିଏଲ୍ ପରିବାର ଓ ବୟସ୍କଙ୍କ ପାଇଁ ମାଗଣା କରୋନା ଟିକା ଉପଲବ୍ଧ କରାଯାଉ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବିକରିଛନ୍ତି। ଏନେଇ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଏହି ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁ ସ୍ୱାସ୍ଥ୍ୟ କାମନା କରିଛନ୍ତି। ଏହାବ୍ୟତୀତ ରାଜ୍ୟରେ ଆରମ୍ଭ କରାଯାଇଥିବା କରୋନା ଟିକାକରଣ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଧନ୍ୟବାଦ ଦେଇଛନ୍ତି। ଏହି କରୋନା ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ମଧ୍ୟ ହୃଦୟୟରୁ ଧନ୍ୟବାଦ ଦେଇଛନ୍ତି।