ଜମ୍ମୁ କଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍, ୪ ଗିରଫ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମରରରେ ଆଜି ଜାତୀୟ ତଦନ୍ତକାରୀ ଦଳ ତଥା ଏନଆଇଏ ୧୬ଟି ପୃଥକ ସ୍ଥାନରେ ଚଢ଼ଉ କରିଛି। ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଘଟଣାରେ ଶ୍ରୀନଗର, ପୁଲୱାମା, ସୋପିଆନ ସମେତ ୧୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଏହି ସମୟରେ ଏନଆଇଏ ୪ ଜଣଙ୍କୁ ଗିରଫ କରିଛି। ଏହି ୪ ଜଣ ଆତଙ୍କବାଦ ସଂଗଠନକୁ ସହଯୋଗ କରୁଥିଲେ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବସିମ ଅହମ୍ମଦ ସୋଫି, ତାରିକ ଅହମ୍ମଦ ଡାର, ବିଲାଲ ଅହମ୍ମଦ ମିର ଓ ବିଲାଲ ଫୁଫୁ। ରେଡ ସମୟରେ ଏନଆଇଏ ଅନେକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଜିହାଦ୍‌ ନଥିପତ୍ର ଓ ସନ୍ଦେହ ଜନକ ଆର୍ଥିକ ନେଣଦେଣର ରେକର୍ଡ ଜବତ କରିଛି।