କହ୍ନୈୟା ଲାଲ ହତ୍ୟା: ଉଦୟପୁରର ୯ଟି ସ୍ଥାନରେ ଏନ୍‌ଆଇଏର ଚଢ଼ଉ, ମୋବାଇଲ-ଲ୍ୟାପଟପ୍ ଜବତ

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗତ ମାସ ଦରଜୀ କହ୍ନୈୟା ଲାଲଙ୍କ ହତ୍ୟା ଘଟଣା ନେଇ ରାଜସ୍ଥାନର ଉଦୟପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି । ଏହି ହତ୍ୟାକାଣ୍ଡରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏନ୍‌ଆଇଏ ଏହାର ତଦନ୍ତ କରୁଛି । ଜାତୀୟ ତଦନ୍ତକାରୀ ସଂସ୍ଥା ମଙ୍ଗଳବାର ଉଦୟପୁର ଜିଲ୍ଲାର ୯ଟି ସ୍ଥାନରେ ଚଢ଼ଉ କରି ଲ୍ୟାପଟପ ଓ ମୋବାଇଲ ଜବତ କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।

ସୂଚନାଯୋଗ୍ୟ, କହ୍ନୈୟା ଲାଲଙ୍କୁ ଗତମାସ ହତ୍ୟା କରାଯାଇଥିଲା । ରିୟାଜ ଅଖତରୀ ଓ ଗୌସ ମହମ୍ମଦ ଏକ ଅନଲାଇନ୍ ପୋଷ୍ଟରେ କହିଥିଲେ ଯେ, ସେମାନେ ଇସଲାମ କଥିତ ଅପମାନର ପ୍ରତିଶୋଧ ହତ୍ୟା ମାଧ୍ୟମରେ ନେଇଛନ୍ତି । ଏନ୍‌ଆଇଏ ଗତ ଜୁନ୍ ମାସ ୨୯ ତାରିଖରେ ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଭାବରେ ନିଜେ ପ୍ରସ୍ତୁତ କରିଥିବା ଭିଡିଓ ରହିଛି । ଏହା ବ୍ୟତୀତ ସୁରକ୍ଷା ସଂସ୍ଥା ଅନ୍ୟ ୨ ଲୋକ ମେହସିନ ଓ ଆସିଫଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଉପରେ ଆତଙ୍କ ପ୍ରଚାର କରିବାର ଷଡ଼ଯନ୍ତ୍ରର ଅଂଶବିଶେଷ ଥିବା ଅଭିଯୋଗ ହୋଇଛି ।