ରାଜ୍ୟରେ ପୁଣି ଉପର ମୁହାଁ କରୋନା: ୨୪ ଘଣ୍ଟାର ୭୪୩ ସଂକ୍ରମିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ପୁଣି ମାଡିଲାଣି ମହାମାରୀ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି । ଯାହା ଚିନ୍ତାର କାରଣ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୪୩ ଜଣ ନୂଆ କରୋନା (କୋଭିଡ-୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୩୬ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୩୦୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୮୭ଜଣେ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୧, ବାଲେଶ୍ବର ୧୨, ବଲାଙ୍ଗୀର ୪, ବରଗଡ ୧, ଭଦ୍ରକ ୮, ବୌଦ୍ଧ ୮, କଟକରୁ ୧୧୫, ଦେଓଗଡରୁ ୮, ଗଜପତିରୁ ୨, ଗଞ୍ଜାମ ୧, ଜଗତସିଂହପୁର ୧୧, ଯାଜପୁରରୁ ୧୨, ଝାରସୁଗୁଡାରୁ ୬, କଳାହାଣ୍ଡିରୁ ୨, ଖୋର୍ଦ୍ଧାରୁ ୩୦୩, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୫, କୋରାପୁଟରୁ ୧୦, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୭, ନୟାଗଡ ଓ ନୂଆପଡାରୁ ୧୧ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୩୬, ରାୟଗଡାରୁ ୩, ସମ୍ବଲପୁରରୁ ୧୪, ସୋନପୁରରୁ ୭, ସୁନ୍ଦରଗଡରୁ ୬୫ ଓ ଷ୍ଟେଟପୁଲରୁ ୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୫ ହଜାର ୩୨୮ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୩୮୭୮ ସକ୍ରିୟ ମାମଲା ରହିଛି । ନୂଆ ୪୦୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୮୨ ହଜାର ୨୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।