ମହିଳାଙ୍କୁ ଦୁଷ୍କର୍ମ କରି ନଦୀକୁ ଫିଙ୍ଗିଦେଲେ

ପାଟନା, ଏଜେନ୍ସି: ବିହାରର ବକ୍ସର ଜିଲ୍ଲାରେ ଏକ ଅଭାନୀୟ ଘଟଣା ଦଦେଖିବାକୁ ମିଳିଛି। ବ୍ୟାଙ୍କ ଯାଉଥିବା ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଅଭିଯୁକ୍ତମାନେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କ ୫ବର୍ଷର ପୁଅ ସହ ତାଙ୍କୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ଏହି ଘଟଣା ପରେ ପୀଡ଼ିତାଙ୍କ ପୁଅର ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ସୂଚନା ମୁତାବକ, ମୁରାର ପୁଲିସ ଷ୍ଟେସନ ଅଧୀନରେ ଆସୁଥିବା ଓଝା ବରାଓ ଗ୍ରାମର ଜଣେ ମହିଳା ନିଜ ୫ବର୍ଷର ପୁଅ ସହ ବ୍ୟାଙ୍କକୁ ଯାଉଥିବା ବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଦୁହିଁଙ୍କୁ ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। ପାଣିରେ ବୁଡ଼ି ପୀଡ଼ିତାଙ୍କ ପୁଅର ମୃତ୍ୟୁ ହୋଇଥିବା ବେଳେ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା।