ଗାଁରେ ଉନ୍ନତିମୂଳକ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ନବନିର୍ବାଚିତ ସରପଞ୍ଚ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡର ବେଳପଡ଼ା ବ୍ଲକ ଧୂମାଭଟା ପଞ୍ଚାୟତ ଅନ୍ତର୍ଗତ ରାଏଖାଲ ଗ୍ରାମରେ ନବନିର୍ବାଚିତ ସରପଞ୍ଚ ବନମାଳୀ ନାୟକ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଉକ୍ତ ଗ୍ରାମରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଛ ନିର୍ମଳ ଉନ୍ନତିମୂଳକ କାର୍ଯ୍ୟକୁ ଗରିବ ଲୋକଙ୍କ ପାଖକୁ ପହଞ୍ଚାଇ ସରପିଟ ଟ୍ୟାଙ୍କର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବେଳପଡ଼ା ବ୍ଲକର ଏପିଓ ସନ୍ତୋଷ କୁମାର ପ୍ରଧାନ, ଏଇ ଚୁଡ଼ାମଣି ବାଗ, ଜେଇ ରବୀନ୍ଦ୍ର କୁମାର ସାହୁ, ଗାଁସାଥୀ ବାଳକୃଷ୍ଣ ଖରସେଲ, ଉତ୍ତମ କୁମାର ବୁଡ଼େକ ଓ ବୁଡୁ ବୁଡ଼େକ ସମେତ ଗ୍ରାମର ଜନସଧାରଣ ଯୋଗ ଦେଇଥିଲେ । ନୂତନ ସରପଞ୍ଚ ବନମାଳୀ ନାୟକଙ୍କ କାର୍ଯ୍ୟକୁ ଲୋକେ ଭୁରିଭୁରି ପ୍ରସଂଶା କରିଥିଲେ । ଏହି ଅବସରରେ ସରପଞ୍ଚ ଶ୍ରୀ ନାୟକ କହିଛନ୍ତି ଯେ, ଉକ୍ତ ପଞ୍ଚାୟତ ଅଧୀନରେ ପ୍ରତ୍ୟେକ ଗାଁକୁ କାମ ଯୋଗାଇ ଦିଆଯିବ ଓ ଆଗାମୀ ଦିନରେ ଏହି ପଞ୍ଚାୟତରୁ କାହାକୁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ।