ନୂଆଦିଲ୍ଲୀ: ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ । ସ୍ନାନଯାତ୍ରା ପରେ ହାତୀବେଶ ଦର୍ଶନ ପାଇଁ ଭକ୍ତଙ୍କ ଲାଗି ବିଶେଷ ବ୍ୟବସ୍ଥା ନେଇ ପ୍ରସ୍ତାବ ଦିଆଯାଇଛି । ମଣ୍ଡପ ଉପରେ ୨/୩ ଘଣ୍ଟା ପାଇଁ ସାହଣମେଳା ଦର୍ଶନ ନିମନ୍ତେ ଛତିଶା ନିଯୋଗ ପ୍ରସ୍ତାବ ଦେଇଛି । ପ୍ରସ୍ତାବ ସମ୍ପର୍କରେ ଛତିଶା ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ସୂଚନା ଦେଇଛନ୍ତି ।