ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କଅସର ପଞ୍ଚାୟତର ନୂତନ ସରପଞ୍ଚ ଭାବେ ହେମକାନ୍ତି ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରଥମେ ଏକ ବିରାଟ ଶୋଭାଯାତ୍ରାରେ ଗାଁରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଫୁଲତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପଞ୍ଚାୟତ କାର୍ଯ୍ୟାଳୟରେ ହୋମ ଯଜ୍ଞ ସରିବା ପରେ ଶ୍ରୀମତୀ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ । ତବେ ନିର୍ଦନ୍ଦ୍ୱରେ ନାଏବ ସରପଞ୍ଚ ଭାବେ ବନିତା ସାହୁ ନିର୍ବାଚିତ ହୋଇଛନ୍ତି । ୱାର୍ଡ଼ସଭ୍ୟାଙ୍କୁ ଫୁଲଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା । ଏହି ସମୟରେ ହେମନ୍ତ ସାହୁ ଓ ହୀରାଧର ଗହୀର ସମେତ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ।