ଋଷ ଓ ୟୁକ୍ରେନ ଆଲୋଚନାରେ କିଛି ସକାରାତ୍ମକ ପ୍ରଗତି ଆସିଛି: ପୁତିନ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୫ ଦିନରେ ପହଂଚିଛି । ଇତିମଧ୍ୟରେ ଋଷ ରାଷ୍ଟ୍ରପତି ବ୍ଲାଦମୀର ପୁତିନ କହିଛନ୍ତି ଯେ, ୟୁକ୍ରେନ ସହିତ ଋଷର ଆଲୋଚନାରେ ନିଶ୍ଚିତ ରୂପେ କିଛି ସକାରାତ୍ମକ ପ୍ରଗତି ଆସିଛି। କିନ୍ତୁ ଏନେଇ କିଛି ବି ବିସ୍ତୃତ ଭାବେ କହିହେବ ନାହିଁ । ପାଖାପାଖି ଲଗାତାର ଭାବେ ଆଲୋଚନା ହେଉଛି ।

ସୂଚନାଯୋଗ୍ୟ, ନିକଟରେ ଋଷ ୟୁକ୍ରେନ ଉପରେ ଆମେରିକା ସହ ମିଶି ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବାର ଆରୋପ ଲଗାଇଥିଲା । ଏହାର ଜବାବରେ ୟୁକ୍ରେନରେ କୌଣସି ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇନଥିବା ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି କହିଥିଲେ ।